🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଦାଦନ ଶ୍ରମିକ ମୃତ୍ୟୁ ଘଟଣା, ଶବ ରଖି ୩୫୩ ନମ୍ବର ଜାତୀୟ ରାଜପଥ ବିଲେଇଅଞ୍ଜର ଠାରେ ଅବରୋଧ, ସାତ ଦିନ ମଧ୍ୟରେ ଦୋଷୀଙ୍କୁ ଗିରଫ ପ୍ରତିଶ୍ରୁତି ପରେ ଆନ୍ଦୋଲନ କାରୀମାନେ ଆନ୍ଦୋଲନ କୁ ପ୍ରତ୍ୟାହୃତ କଲେ


ତା:୨୭.୦୯.ଦାଦନ ଶ୍ରମିକ ମୃତ୍ୟୁ ଘଟଣା, ଶବ ରଖି ୩୫୩ ନମ୍ବର ଜାତୀୟ ରାଜପଥ ବିଲେଇଅଞ୍ଜର ଠାରେ ଅବରୋଧ, ସାତ ଦିନ ମଧ୍ୟରେ ଦୋଷୀଙ୍କୁ ଗିରଫ ପ୍ରତିଶ୍ରୁତି ପରେ ଆନ୍ଦୋଲନ କାରୀମାନେ ଆନ୍ଦୋଲନ କୁ ପ୍ରତ୍ୟାହୃତ କଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ କୋନାବିରା ଗ୍ରାମର ୨୬ ବର୍ଷୀୟ ଯୁବ ପ୍ରବାସୀ ଶ୍ରମିକ ଟୁନେଶ୍ୱର୍ ନିଆଲ ପିତା ରାଧାରାମ ନିଆଁଲ ଗତ ୧୯ ତାରିଖ ରେ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲା ଯାଇଥିଲେ ସେଠାରେ ଦୁଇ ଦାଦନ ଦଳାଲ ଘୁନେଶ ଗ୍ରାମ ର ଲାଲ ମନ ଠେଲା ଏବଂ ଡୁମାମଡା ଗ୍ରାମର ଦୁଃଖି ଶ୍ୟାମ ବାଗ ନେଉଥିବା ବେଳେ ତାଙ୍କ ପୁଅ ଙ୍କୁ ଫେରାଇ ଦେଇଥିବା ତାଙ୍କ ବାପାଙ୍କୁ ଫୋନ ଯୋଗେ ସୂଚିତ କରିଥିଲେ। କିନ୍ତୁ ଗତ ୨୨ ତାରିଖ ରେ ତାଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ୨୩ ତାରିଖ ରେ ତାଙ୍କ ମୃତ୍ୟୁ ହୋଇଥିବା କୋମନା ପୋଲିସ ରୁ ଜାଣିବାକୁ ପାଇଥିଲେ। ଏହି ଘଟଣା ସନ୍ଧେହ ଜଣକ ମୃତ୍ୟୁ ପାଇଁ ତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ସାତ ଦିନ ରେ ଅଭିଯୁକ୍ତ ଙ୍କୁ ଗିରଫ ପ୍ରତିଶ୍ରୁତି ପରେ ଆନ୍ଦୋଲନ ପ୍ରତ୍ୟାହୃତ ହୋଇଅଛି ।

Previous Post Next Post