
ବରଗଡ ଜିଲ୍ଲା ସୋହେଲା ବ୍ଲକ ଘେଁସ୍ ଆଞ୍ଚଳିକ ବାରିକ ସମାଜ ର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଘେଁସ୍ ଧାନ ମଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ବାରିକ ସମାଜ ର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ନୁଆଁଖାଇ ଭେଟଘାଟ କୁ ସଫଳ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଘେଁସ୍ ମଣ୍ଡଳ ର ବରିଷ୍ଠ ବିଜେପି ନେତା ଲୋକେଶ୍ୱର ସିଂ ବରିହା, ରାଜ୍ୟ ଉପ ସଭାପତି ହୀରାଲାଲ ବେହେରା ,ବରଗଡ ଜିଲ୍ଲା ବାରିକ ସମାଜ ର ସଭାପତି ରହିତ ବାରିକ, ଘେଁସ୍ ଆଞ୍ଚଳିକ ବାରିକ ସମାଜ ର ସଭାପତି ପ୍ୟାରିଲାଲ ବାରିକ, କୋଷାଧକ୍ଷ ଭୋଜରାଜ ବାରିକ,ପଶ୍ଚିମ ଓଡିଶା ସମ୍ପାଦକ ବୃନ୍ଦାବନ ବାରିକ ବିଜେପୁର ବ୍ଲକ ସଭାପତି ଜିତ ବାରିକ ଯୋଗଦେଇ ଥିବାବେଳେ ! ଦୁର୍ଗାଚରଣ ବାରିକ ମଞ୍ଚ ପରିଚାଳନା କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ରକ୍ତଦାନ ଶିବିର ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବରଗଡ ର ଯୁବ ସାମ୍ବାଦିକ କୃପାସିନ୍ଧୁ ମହାନ୍ତି ରକ୍ତ ଦାନ କରିଥିଲେ, ସର୍ବମୋଟ 28 ଜଣ ରକ୍ତଦାନ କରିଥିଲେ, ପରିଶେଷରେ ବିଧାୟକ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରିଥିଲେ
