🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଅବକାରୀ ବିଭାଗର ଆକ୍ସନ, ୨୩ ଲିଟର ଦେଶୀ ମଦ ଜବତ; ୨ ଗିରଫ


 କଳାହାଣ୍ଡି, କୋକସରା: (ଉଦିତ ନାରାୟଣ ଠାକୁର) ଉତ୍କଳ  ପ୍ରଦିପ 

କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଆମପାଣି ଦଶହରାକୁ ଦୃଷ୍ଟିରେ ରଖି ଚୋରା ମଦ କାରବାର ଉପରେ କଡ଼ା ନଜର ରଖିଛି କୋକସରା ଅବକାରୀ ବିଭାଗ। ଆମପାଣି ଥାନା ଅଞ୍ଚଳରେ ବେଆଇନ ଭାବେ ମଦ ବିକ୍ରି ଓ ହାତରନ୍ଧା ଦେଶୀ ମଦ କାରବାର ଚାଲିଥିବା ସୂଚନା ପାଇ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କୋକସରା ଅବକାରୀ ଥାନାର ଓଆଇସି ଗୁପ୍ତେଶ୍ୱର ପଟେଲଙ୍କ ନେତୃତ୍ୱରେ ଆମପାଣି ଥାନା ଅଧୀନରେ ଥିବା ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ମୋଟ ୨୩ ଲିଟର ଦେଶୀ ମଦ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କନ୍ଦାଗଡ଼ ଗ୍ରାମର ଲକ୍ଷ୍ମୀକାନ୍ତ ମାଝୀ ଅଛନ୍ତି। ତାଙ୍କଠାରୁ ୧୫ ଲିଟର ହାତରନ୍ଧା ଦେଶୀ ମଦ (IDL) ଜବତ କରାଯାଇଛି। ସେହିପରି ବଡ଼ପୋଡ଼ାଗୁଡ଼ା ଗ୍ରାମର ଦାମୋଦର ପୂଜାରୀଙ୍କଠାରୁ ୮ ଲିଟର ଦେଶୀ ମଦ (OSL) ଜବତ ହୋଇଛି। ଉଭୟଙ୍କୁ କୋକସରା ଜେଏମ୍‌ଏଫ୍‌ସି ଅଦାଲତକୁ ପଠାଯାଇଥିବା ଜଣାପଡ଼ିଛି।

ଏହି ଚଢ଼ାଉରେ ଅବକାରୀ ବିଭାଗର କନଷ୍ଟେବଳ ଖୁସିଦେବ କଟା, ମହାଦେବ ମାଝୀ, ରବି ବାଗ, ଅରୁଣାକ୍ଷ୍ୟ ଧାଙ୍ଗଡ଼ା ମାଝୀ ଓ ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ଥିଲେ।

ଆମପାଣି ଦଶହରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ସହ ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିଛି।

Previous Post Next Post