🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ରାଶି କପା ମଞ୍ଜି ପକ୍ଷରୁ କୃଷି କ୍ଷେତ୍ର ପ୍ରଦର୍ଶନୀ ଚାଷୀଙ୍କ ଜମିରେ ଆଧୁନିକ କପା ଚାଷ ପଦ୍ଧତି ଓ ଉତ୍ପାଦନ ସମ୍ପର୍କରେ ଆଲୋଚନା


କଳାହାଣ୍ଡି, କେସିଙ୍ଗା, ୨୩/୧୦ (ଉତ୍କଳ ପ୍ରଦିପ) ଉଦିତ ନାରାୟଣ ଠାକୁର: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିକେରପଡ଼ା ଠାରେ ରାଶି କପା ମଞ୍ଜି ପକ୍ଷରୁ ଏକ କୃଷି କ୍ଷେତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଅଞ୍ଚଳର ହଜାର ହଜାର ଚାଷୀ ଯୋଗଦେଇ କପା ଚାଷ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ବଶିଷ୍ଠ ପ୍ରଧାନ (କର୍ଲାପଡ଼ା) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଶ୍ରବଣ କୁମାର, ଜୟପ୍ରକାଶ ବିଶ୍ୱାଳ, ଅତୁଲ୍ୟ ପ୍ରଧାନ, ଉଦ୍ଧବ ସାହୁ, ରିଚେକ ସା ଓ ଅଶୋକ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ରାଶି କପା ମଞ୍ଜିର ଏରିଆ ମ୍ୟାନେଜର ବି. ବାସୁଦେବ ରାଓ, ଯାଦବ ସା, ଚୈତନ୍ୟ ସାହୁଙ୍କ ସମେତ କମ୍ପାନୀର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଚାଷୀଙ୍କ ପାଇଁ ଆୟୋଜିତ ଏହି କ୍ଷେତ୍ର ପ୍ରଦର୍ଶନୀ ବେଣୁଧର ବିଶ୍ୱାଳଙ୍କ ସ୍ୱିଫ୍ଟ କପା ଚାଷ ଜମିରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଚାଷୀମାନେ କପା ଫସଲର ସ୍ଥିତି ଓ ଚାଷ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଅବଗତ ହେବା ସହ ନିଜ ନିଜର ସମସ୍ୟା ଓ ସୁବିଧା ଅସୁବିଧା ବିଷୟରେ ଆଞ୍ଚଳିକ ପରିଚାଳକଙ୍କ ସହ ଆଲୋଚନା କରିଥିଲେ।

ଏହି ପ୍ରଦର୍ଶନୀ ମାଧ୍ୟମରେ ଚାଷୀ ଓ କୃଷି କ୍ଷେତ୍ର ସହ ଜଡ଼ିତ କର୍ମକର୍ତ୍ତାଙ୍କ ମଧ୍ୟରେ ଭାବ ବିନିମୟର ଏକ ସୁଯୋଗ ସୃଷ୍ଟି ହୋଇଥିଲା। ଚାଷୀମାନେ ନିଜର ଚାଷ ସମ୍ପର୍କିତ ଅନୁଭୂତି ଓ ସମସ୍ୟା ଉପସ୍ଥାପନ କରିବା ସହ ଆବଶ୍ୟକ ପରାମର୍ଶ ନେଇଥିଲେ।

କାର୍ଯ୍ୟକ୍ରମର ଶେଷରେ ଯାଦବ ସା ଉପସ୍ଥିତ ଅତିଥି, ଚାଷୀ ଓ ରାଶି କପା ମଞ୍ଜିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Previous Post Next Post