🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ପୁଇଁତଲା ଠାରେ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଓ ଗଙ୍ଗାଧର ସାହିତ୍ୟ କୁ ନେଇ ଏକ ବୈଠକ


ବଲାଙ୍ଗୀର (ତା: ୨୯/୦୯) ମଙ୍ଗଳବାର ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ପରିଷଦ ର ସଭାପତି ଡ଼ ଭବାନୀ ଶଙ୍କର ପଟେଲ ଙ୍କ ଅଧ୍ୟକ୍ଷତାରେ ଆମ ମହାବୀର ଯୁକ୍ତ ୨ ମହାବିଦ୍ୟାଳୟ ପୁଇଁତଲା ଠାରେ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଓ ଗଙ୍ଗାଧର ସାହିତ୍ୟ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ମୁଖ୍ୟ ଅତିଥି ଭାବରେ କଲେଜ ର ଅଧକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ହୋତା , ସମ୍ମାନୀତ ଅତିଥି ଭାବେ କବୀୟତ୍ରି ତଥା ସମାଜ ସେବୀ ଶ୍ରୀମତୀ ଲିଲୀ ପଟେଲ , ବକ୍ତା ଶ୍ରୀମତୀ ଏଲୋରା ପଣ୍ଡା, ଅତିଥି ବକ୍ତା ଶ୍ରୀମତୀ ରଶ୍ମୀ ପାତ୍ର, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ସଭାପତି ଡ଼ ଭବାନୀ ଶଙ୍କର ପଟେଲ, ସଚିବ ରାମଚନ୍ଦ୍ର ପଟେଲ, ସଦସ୍ୟ ରାମଶଙ୍କର ଶତପଥୀ, ସଦସ୍ୟ ବଳିଷ୍ଠ ପ୍ରଧାନ ଉପସ୍ଥିତ ଥିବା ବେଳେ , ମଞ୍ଚ ପରିଚାଳନା ରାଜନୀତି ବିଜ୍ଞାନ ର ଅଧ୍ୟାପିକା କୁମାରୀ ସୀମା ମହାକୁର କରିଥିଲେ । ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ନାଏକ ଓ ଛାତ୍ର ଛାତ୍ରୀ ରାଜନନ୍ଦିନୀ ବେହେରା , ମନୀଷା ମହାକୁର, ପ୍ରୀତି ଡାଙ୍ଗ ଓ ଶୁଭମ୍ ମହାପାତ୍ର କବିତା ପଠନ କରିଥିଲେ ।

Previous Post Next Post