🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଜନସେବା କେନ୍ଦ୍ର ମାଲିକ ତ୍ରିଲୋଚନଙ୍କୁ ଗୁଳି କରି ହତ୍ୟା: କେନ୍ଦେଇପଶି ଛକରେ ଶେଷ ଦର୍ଶନ ଲାଗି ଜନସମୁଦ୍ର, ହତ୍ୟାକାରୀଙ୍କ ଗିରଫ ଦାବି


କେନ୍ଦୁଝର (ତା. ୨୯/୦୯) : ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟାପଡ଼ା ନିକଟରେ ଘଟିଯାଇଛି ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଅଞ୍ଚଳର ଜଣାଶୁଣା ଜନସେବା କେନ୍ଦ୍ର ମାଲିକ ତ୍ରିଲୋଚନ ମହାନ୍ତଙ୍କୁ କେହି ଦୁର୍ବୃତ୍ତ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସହିତ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଆଜି ଶବ ବ୍ୟବଚ୍ଛେଦ ପରେ ତ୍ରିଲୋଚନଙ୍କ ମରଶରୀର କେନ୍ଦେଇପଶି ଛକରେ ପହଞ୍ଚିବା କ୍ଷଣି ଏକ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ କେନ୍ଦେଇପଶି ଛକରେ ହଜାର ହଜାର ଜନସାଧାରଣ ଏକତ୍ରିତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସୁଖ-ଦୁଃଖରେ ସର୍ବଦା ଛିଡ଼ା ହେଉଥିବା ତ୍ରିଲୋଚନ ଜଣେ ପରୋପକାରୀ, ସ୍ନେହୀ ତଥା ନିଷ୍ଠାପର ଯୁବକ ଭାବେ ସମଗ୍ର ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ବାସିନ୍ଦା ସ୍ତବ୍ଧ ହୋଇପଡ଼ିଛନ୍ତି।

ଦୁର୍ବୃତ୍ତଙ୍କ ଏଭଳି କାପୁରୁଷୋଚିତ କାଣ୍ଡକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ତୁରନ୍ତ ହତ୍ୟାକାରୀଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ କଠୋର ଦଣ୍ଡ ଦେବାକୁ ଉତ୍ତ୍ୟକ୍ତ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି ।

Previous Post Next Post