🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ନୁଟୁ ନାଏକଙ୍କ ଗୁହାଳ ଘର: ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି


ପାଟଣା(ଦଶରଥ ବାରିକ୍) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତର ଗୁଳୁଦିପଶି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ଗରିବ ତଥା ଅସହାୟ ବ୍ୟକ୍ତି ନୁଟୁ ନାଏକଙ୍କ ଗୁହାଳ ଘରଟି ଭୁଶୁଡ଼ି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଅଞ୍ଚଳରେ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ମାଟି ଓ ଇଟା ନିର୍ମିତ କାନ୍ଥଗୁଡ଼ିକ ଭିଜି ଦୁର୍ବଳ ହୋଇପଡ଼ିଥିଲା। ଶେଷରେ ଭାର ସମ୍ଭାଳି ନ ପାରି ଗୁହାଳର କାନ୍ଥ ସହ ଛପର ଭାଙ୍ଗି ତଳେ ପଡ଼ିଯାଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଗୃହପାଳିତ ପ୍ରାଣୀ ମୃତାହତ ହୋଇନାହାନ୍ତି। ତେବେ ଗୁହାଳଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସସ୍ତୂପରେ ପରିଣତ ହୋଇଥିବାରୁ ଏଭଳି ବର୍ଷା ପାଗରେ ପଶୁସମ୍ପଦଙ୍କୁ କେଉଁଠି ରଖିବେ, ସେ ନେଇ ନୁଟୁଙ୍କ ପରିବାର ଗଭୀର ଚିନ୍ତାରେ ପଡ଼ିଛନ୍ତି।

ପରିବାରଟି ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ଗୁହାଳ ଘରର ପୁନଃନିର୍ମାଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ତେଣୁ ସ୍ଥାନୀୟ ପ୍ରଶାସନ ତଥା ରାଜସ୍ୱ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରନ୍ତୁ ଏବଂ ବିପନ୍ନ ନୁଟୁ ନାଏକଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Previous Post Next Post