
22/9 -ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମର ପ୍ରତିଷ୍ଠାତା ଠାକୁର କେଶବ ଚନ୍ଦ୍ରଙ୍କ 72ତମ ସାପ୍ତାହିକ ଜନ୍ମୋତ୍ସବ ପାଳନ ଅବସରରେ ଗୁରୁଃସ୍ୱାମୀ ନଗର ଘଟଗାଁ ଆଶ୍ରମରେ ଆଜି ତୃତୀୟ ଦିବସରେ ବାବାଜୀ ଚରମାନନ୍ଦ ଦାସ ପ୍ରତାପଙ୍କ ପୌରାହିତ୍ୟରେ ଏକ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ରାଧେକୃଷ୍ଣ ଆଶ୍ରମ ଖଲଣାରୁ ବାବା କୃଷ୍ଣ ଚରଣ ଦାସ, ସମ୍ମାନିତ ଅତିଥି ରୂପେ କୁଞ୍ଜ ବିହାରୀ ଦାସ
(ରେକୁଟିଆ)ଅଚ୍ୟୁତାନନ୍ଦ ଦାସ (ବେଲବାହାଳି)ଓ ମୁଖ୍ୟ ବକ୍ତା ଭାବେ ଆମାଦ ଆଶ୍ରମର ହରି ହର ଦାସ (ମାଣିତ୍ରି ଯାଜପୁର)ଏବଂ ସମ୍ମାନିତ ବକ୍ତା ରୂପେ ଉଦ୍ଧବ ଦାସ (ଜଳସୁଆଁ )ନବଘନ ଦାସ (ଖଇଳ)ଯୋଗ ଦେଇଥିଲେ ! ଏତଦ ବ୍ୟତୀତ ନୀଳମାଧଵ ଆଶ୍ରମ ନୂଆଗାଁରୁ ଜଗନ୍ନାଥ ଦାସ, ଗୁରୁଃକୃପା ଆଶ୍ରମ ଇନ୍ଦୁପୁରାରୁ ଦିବାକର ଦାସ, ଶିଶୁ ଅନନ୍ତ ଆଶ୍ରମ ବାତୋରୁ ମନମୋହନ ଦାସ, ବିରିଡିଆରୁ ସରୋଜିନୀ ଦାସ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ସାମ୍ପ୍ରଦାୟିକ ସଦଭାବ ଓ ଭାଇଚାରା କିପରି ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ! ଘଟଗାଁ କ୍ଷିତିଜ୍ୟୋତିଃ ଆଶ୍ରମର ପରିଚାଳଳ ଅର୍ଜୁନ ଚରଣ ମହାନ୍ତଙ୍କ ସହିତ ନରେନ୍ଦ୍ର କୁମାର ସାହୁ, ରୁଦ୍ର ନାରାୟଣ ଶର୍ମାକାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ରାଜ କିଶୋର ବେହେରା, ସହଦେଵ ମହାନ୍ତ, ଭଗବାନ ମହାନ୍ତ, ଭୀମସେନ ପାତ୍ର, ରବୀନ୍ଦ୍ର ପାଢ଼ୀ, ବିଶ୍ୱନାଥ ପଣ୍ଡା ଓ ଆରକ୍ଷିତ ସାହୁ, ନିର୍ମଳ ଓଝା, ଅନିରୁଦ୍ଧ ଘଡେଇ, ବୁଦ୍ଧଦେବ ଘଡେଇ ଏବଂ ଶକୁନ୍ତଳା ମହାନ୍ତ, ସନ୍ଧ୍ୟାରାଣୀ ମହାନ୍ତ, ଟିଲୋତ୍ତମା ମହାନ୍ତ, ସତ୍ୟଭାମା ମହାନ୍ତ, ମମତା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
