🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ସମ୍ପର୍କୀୟ କକା ଗିରଫ, କୋର୍ଟ ଚାଲାଣ


ପାଟଣା (ଦଶରଥ ବାରିକ୍) ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସମ୍ପର୍କୀୟ କକା ସିଙ୍ଗରାୟ ଚାମ୍ପିଆ ଓରଫ ମୁଣ୍ଡା (୨୧) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କ ବାପା-ମାଆ ଯଶୀପୁର ଅଞ୍ଚଳକୁ ଦିନମଜୁରିଆ ଭାବେ କାମ କରିବାକୁ ଯାଇଥିବାରୁ ଶିଶୁ କନ୍ୟାଟି ତାଙ୍କ ବଡ଼ମାଆଙ୍କ ପାଖରେ ରହୁଥିଲେ। ଗତ ମଙ୍ଗଳବାର ବିସ୍କୁଟ ଦେବା ବାହାନାରେ ଅଭିଯୁକ୍ତ ସିଙ୍ଗରାୟ ନାବାଳିକାଙ୍କୁ ଘର ପଛପଟକୁ ଡାକି ନେଇ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ପରିବାର ପକ୍ଷରୁ ପାଟଣା ଥାନାରେ ଲିଖିତ ଏତଲା ଦିଆଯିବା ପରେ ପୁଲିସ କେସ୍ ନଂ-୩୨୧/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଘଟଣାର ତଦନ୍ତ ଭାର ଗ୍ରହଣ କରି ଉଭୟ ନାବାଳିକା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲେ। ତଦନ୍ତ ପ୍ରକ୍ରିୟା ପରେ ଆଜି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।

Previous Post Next Post