🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଅସୁସ୍ଥ ଲଳିତ ପାରିଙ୍କୁ ପଣ୍ଡରା ମାଳି ସମାଜର ସହାୟତା ଦଶ ଘଣ୍ଟା ମଧ୍ୟରେ ସହଯୋଗର ହାତ ବଢ଼ାଇ ୨୦ ହଜାର ଟଙ୍କା ପ୍ରଦାନ


ଧର୍ମଗଡ, ୧୯/୯ ଉତ୍କଳ ପ୍ରଦିପ, ଉଦିତ ନାରାୟଣ ଠାକୁର : କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ସମାଜ, ଯୁବ ବାହିନୀ ଓ ସେବାସଂଘ ପକ୍ଷରୁ ଗାଡିଆଜୋର ଗ୍ରାମର ଅସୁସ୍ଥ ଲଳିତ ପାରିଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ଲଳିତ ପାରି ଦୀର୍ଘ ପ୍ରାୟ ୯ ମାସ ଧରି ନ୍ୟୁରୋଲୋଜି ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଆସୁଛନ୍ତି। ଚିକିତ୍ସା ବାବଦରେ ଏପର୍ଯ୍ୟନ୍ତ ବହୁ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ଆଗାମୀ ଚିକିତ୍ସା ପାଇଁ ମଧ୍ୟ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଲଳିତ ସମାଜର ସହଯୋଗ ଲୋଡ଼ିଥିଲେ।

ସହାୟତା ପାଇଁ ଅନୁରୋଧ ପାଇବାର ମାତ୍ର ୧୦ ଘଣ୍ଟା ମଧ୍ୟରେ ପଣ୍ଡରା ମାଳି ସମାଜ, ଯୁବ ବାହିନୀ ଓ ସେବାସଂଘ ପକ୍ଷରୁ ସହଯୋଗର ହାତ ବଢ଼ାଇ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ଏବଂ ସମାଜର ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକଙ୍କ ନେତୃତ୍ୱରେ ସମାଜର କର୍ମକର୍ତ୍ତାମାନେ ଲଳିତ ପାରିଙ୍କ ବାସଭବନରେ ପହଞ୍ଚି ସହାୟତା ରାଶି ପ୍ରଦାନ କରିଥିଲେ।

ଏହି ସମୟରେ କୁଳପତି ପ୍ରକାଶ ନାଏକ, ସଭାପତି ଈଶ୍ୱର ପୂଝାରୀ, ଉପସଭାପତି ରାଜେନ୍ଦ୍ର ଭୋଇ, ରତନ ନାଏକ, ଶ୍ରବଣ ପୂଝାରୀ, ଝସକେତନ ପାରି, ଲକ୍ଷ୍ମୀଧର ନାଏକ, ପ୍ରକାଶ ନାଏକ, ସୁମିତ ବଣିଆ, ଶ୍ରୀକାନ୍ତ ନାଏକଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଲଳିତ ପାରିଙ୍କ ଚିକିତ୍ସା ପାଇଁ ସମାଜ ପକ୍ଷରୁ କରାଯାଇଥିବା ଏହି ସହଯୋଗକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Previous Post Next Post