🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ସିନାପାଲି ର ବିକାଶ ଅଭିମୁଖେ ବହୁ ପ୍ରତୀକ୍ଷିତ ଆଦର୍ଶ ପୋଖରୀ, ଚମକିବ ସହର, ଜମିବ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ।


ସିନାପାଲି,୨୧/୯:- ସିନାପାଲି ବ୍ଲକ ସଦର ପଞ୍ଚାୟତ ଅଧିନ ବ୍ଲକ୍ ମୁଖ୍ୟାଳୟ ନିକଟରେ ଥିବା   ପରିତ୍ୟକ୍ତ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚାଲୁଅଛି। ଏହାକୁ ଏକ ଆଦର୍ଶ ପୋଖରୀ ଭାବରେ ନିର୍ମାଣ କରିବା କୁ ପ୍ରଶାସନ ପକ୍ଷରୁ ପାଣ୍ଠି ମଞ୍ଜୁର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହାକୁ ନେଇ କିଛି ବ୍ୟକ୍ତି ବିଶେଷ ଉଦ୍ଧେଶ୍ୟ ମୂଳକ ଭାବେ ବିରୋଧ କରୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଆଦର୍ଶ ପୋଖରୀ ନିର୍ମାଣ ହେବା ଦ୍ୱାରା ସିନାପାଲି ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ବିକାଶ ଅଭିମୁଖେ ବହୁ ପ୍ରତୀକ୍ଷିତ ଆଦର୍ଶ ପୋଖରୀ , ଚମକିବ ସିନାପାଲି ସହର ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଆଦର୍ଶ ପୋଖରୀ ନିର୍ମାଣ ସହ ଚତୁର୍ପାର୍ଶ୍ୱରେ ଫେବର୍ ବ୍ରିକ୍ସ ପାଦଚଲା ରାସ୍ତା,ଡ୍ରେନେଜ ବ୍ୟବସ୍ଥା,ଆଲୋକୀକରଣ, ପାହାଚ ଓ ପାଚେରୀ ନିର୍ମାଣ, ପାନୀୟଜଳ ବ୍ୟବସ୍ଥା, ପୁରୁଷ ଓ ମହିଳା ଙ୍କ ପାଇଁ ସ୍ୱତନ୍ତ୍ର ପାଇଖାନା ବ୍ୟବସ୍ଥା,ବିଶ୍ରାମ ସ୍ଥଳୀ ପ୍ରଭୃତି ବ୍ୟବସ୍ଥା ରହିଛି। ଲୋକେ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ ନିମନ୍ତେ ଏହି ଆଦର୍ଶ ପୋଖରୀ ରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବ। ଯେହେତୁ ସିନାପାଲି ସହର  ମଧ୍ୟଭାଗରେ ଅବସ୍ଥିତ। ଏଭଳି ଅନେକ ବ୍ୟବସ୍ଥା କୁ ନେଇ ଏହା ସିନାପାଲି ପାଇଁ ବରଦାନ ସଦୃଶ ଅଟେ। ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଏହି ପୋଖରୀ ର ପୁନରୁଦ୍ଧାର ହୋଇପାରୁ ନଥିଲା। ସହର ମଝିରେ ଏହା ଏକ ଆବର୍ଜନା କୁଣ୍ଡ ସଦୃଶ ରହିଥିଲା। ବାରମ୍ବାର ଆବେଦନ ସତ୍ତ୍ବେ କାହାରି ନଜର ପଡୁନଥିଲା। ପ୍ରକାଶ ଯୋଗ୍ୟ ଯେ ପୂର୍ବତନ ବିଡିଓ ସଦାଶିବ ନାଏକ ଙ୍କ ଉଦ୍ୟମରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନେକ ଲୋକଙ୍କ ବିରୋଧ ତଥା ଅସହଯୋଗ ସତ୍ତ୍ୱେ ସେ ଏହାର ଭବିଷ୍ୟତ ପରିକଳ୍ପନା କରିଥିଲେ। ବର୍ତ୍ତମାନ ସିନାପାଲି ବିଡିଓ କାର୍ମି ଓରାମ ଏହି ଆଦର୍ଶ ପୋଖରୀ ପରିକଳ୍ପନାର ଗୁରୁତ୍ୱ ବୁଝିପାରି ପାଣ୍ଠି ଯୋଗାଇବା ସହ ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଲୋକଙ୍କ ବହୁବିଧ ସୁବିଧା ହେବା ସହ ସିନାପାଲି ସୌନ୍ଦର୍ୟ୍ଯ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Previous Post Next Post