🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ତେଣ୍ଡାପାଳି ପଞ୍ଚାୟତରେ ଦୁଇଟି ସ୍ଥାନରେ ବ୍ରିଜ ଓ ପୋଲ ଭାଙ୍ଗି ଯାତାୟାତ ଠପ୍ ଶୀଘ୍ର ମରାମତି ପାଇଁ ଘଟଣାସ୍ଥଳ ପରିଦର୍ଶନ କଲେ ବିଡିଓ ଓ ତହସିଲଦାର


କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତେଣ୍ଡାପାଳି ପଞ୍ଚାୟତରେ ଦୁଇଟି ପୃଥକ ସ୍ଥାନରେ ବ୍ରିଜ ଓ ପୋଲ ଭାଙ୍ଗିଯିବା ଯୋଗୁଁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ସ୍ଥାନୀୟ ଲୋକଙ୍କ ସହ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, ସାଗବହାଲିରୁ ସାନ କେନ୍ଦୁଗୁଡ଼ା ଯିବା ରାସ୍ତାରେ ଥିବା ବ୍ରିଜ ଭାଙ୍ଗିଯାଇଛି। ସେହିପରି ପଦ୍ମପୁରରୁ ଥୁଟିବର ଯିବା ରାସ୍ତାରେ ଥିବା ବ୍ରିଜ ନିକଟସ୍ଥ ପୋଲ ମଧ୍ୟ ଭାଙ୍ଗିଯାଇଛି। ଏହି ରାସ୍ତା ଦେଇ ସ୍ଥାନୀୟ ଲୋକମାନେ ଯାତାୟାତ କରିବା ସହିତ ଚାରିଲେନ୍‌ ରାସ୍ତା (ଫୋର୍‌ୱେ)କୁ ମଧ୍ୟ ଯିବା-ଆସିବା କରିଥାନ୍ତି।

ବ୍ରିଜ ଓ ପୋଲ ଭାଙ୍ଗିଯିବା ପରେ ଉକ୍ତ ରାସ୍ତାରେ ଯାତାୟାତ ପ୍ରାୟ ଠପ୍‌ ହୋଇଯାଇଛି। ଏହା ଯୋଗୁଁ ଗ୍ରାମବାସୀ, ଚାଷୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଧର୍ମଗଡ଼ ବ୍ଲକ ବିଡିଓ ସଦାଶିବ ନାଏକ ଓ ଧର୍ମଗଡ଼ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଭାଙ୍ଗିଯାଇଥିବା ବ୍ରିଜ ଓ ପୋଲକୁ ଶୀଘ୍ର ମରାମତି କରି ଯାତାୟାତ ସ୍ୱାଭାବିକ କରାଯିବ ବୋଲି ସେମାନେ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯାତାୟାତ ମାର୍ଗରେ ଏଭଳି ଅବସ୍ଥା ଦେଖାଦେଇଥିବାରୁ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରି ଲୋକଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Previous Post Next Post