🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଗାଁ ଗାଁ ରେ ଉଠିବ ଲାଠି। ଯଦି, ବନ୍ଦ ନହେବ ମଦଭାଟି


ତା୨୪/୯/୨୦୨୬(କଲାହାଣ୍ଡି )  ଉତ୍କଳ ମହିଳା ସମିତି କଳାହାଣ୍ଡି ଜିଲ୍ଲା କମିଟି ପକ୍ଷରୁ ବେଆଇନ ଭାବରେ ବହୁ ପରିମାଣ ରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଯୋଗୁଁ ପିଲାଠାରୁ ବୁଢା ପର୍ଯ୍ୟନ୍ତ ଅଧିକାଂଶ ଲୋକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ ଧନ୍ଦା ଛାଡି ମଦ୍ୟ ପାନ କରୁଛିନ୍ତୁ ।ମଦ୍ୟ ପାନ ଯୋଗୁ ଯୁବକ ମାନଙ୍କୁ ଭବିଷ୍ୟତ ନଷ୍ଟ ହୋଇଯାଉଛି ।ଏଥି ସହ ପରିବାରରେ ଗଣ୍ଡଗୋଳ ଓ ଅଶାନ୍ତି ଦେଖାଯାଉଛି ।ଅଳ୍ପ ବୟସରେ ମହିଳାମାନେ ବିଧବ ହେଉଛି । ପଦ୍ୟପାନ ସେବନ କରି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ବହୁତ ଲୋକଙ୍କର ସଂସାର ଉଜୁଡି ଯାଉଛି । ମହିଳାମାନେ ମଜୁରୀଆ ଭାବରେ କାର୍ଯ୍ୟ କରି ଦୁଇପଇସା ରୋଜଗାର କରୁଥିବା ବେଲେ ସ୍ଵାମୀ ଜୋର ଜବରଦସ୍ତ ସେହି ଟଙ୍କାକୁ ନେଇ ପଦ ପିଉଛନ୍ତି । ଉକ୍ତ ସମସ୍ୟାକୁ ନେଇ ଓ ବିଭିନ୍ନ ଜାଗାରେ ଦେଶୀ ଓ ବିଦେଶୀ ମଦ ଦୋକାନକୁ ଖୋଲିଛନ୍ତି ତାହାକୁ ତୁରନ୍ତ ବନ୍ଦ କରିବା ଏବଂ ନୀଶା ମୁକ୍ତ ଅଞ୍ଚଳ କରିବା ଦାବୀରେ ଆଜି ଉତ୍କଳ ମହିଳା ସମିତି ଜିଲ୍ଲା ସଭାନେତ୍ରୀ ରାଣୀମତି ଛତ୍ରିଆ ଙ୍କ ନେତୃତ୍ୱରେ ସତାଧିକ ମହିଳା ସ୍ଥାନୀୟ ଲଙ୍କେଶ୍ବରୀ ମନ୍ଦିର ଠାରୁ ବାହାରି କଳମପୁର ଛକ ଦେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରି ବିଡ଼ିଓଙ୍କ ଜରିଆରେ ଜିଲ୍ଲା ପାଳ କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ଉକ୍ତ ସଭାରେ ମନୋରମା ମହାଲ୍ଳିକ,ଲଲିତା ରଣା, ଅମ୍ବିକା ବାଗ, ସରୋଜିନୀ କାଣ୍ଡ,ମିନା ବାଗ, କୁମୁଦିନୀ ପ୍ରଧାନ ପ୍ରମୂଖ ନିଜର ଅଭିଭାଷଣ ରଖିଥିଲେ ଏବଂ ଆଗମିଦିନ ହଜାର ହଜାର ମହିଳା ମାନଙ୍କୁ ନେଇ ଅବକାରୀ ବିଭାଗର କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି।

Previous Post Next Post