🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଛାତ୍ର ଅଧିକାର ମାର୍ଚ୍ଚ କ୍ୟାମ୍ପେନ୍‌କୁ ନେଇ ଓଡ଼ିଶା ଛାତ୍ର ସଂଗଠନ (OdishaCS)ର ତତ୍ପରତା



କୋରାପୁଟରେ କଲେଜରୁ କଲେଜ ପହଞ୍ଚିଲା ଛାତ୍ର ଅଧିକାର ଅଭିଯାନ; ବିଭିନ୍ନ କଲେଜରେ ସାଂଗଠନିକ ଦାୟିତ୍ୱ ବଣ୍ଟନ


ଜୟପୁର, ଛାତ୍ରଛାତ୍ରୀଙ୍କ ଅଧିକାର, ଶିକ୍ଷା ବ୍ୟବସ୍ଥାର ସମସ୍ୟା ଓ ଛାତ୍ର ନେତୃତ୍ୱକୁ ନେଇ ଓଡ଼ିଶା ଛାତ୍ର ସଂଗଠନ (OdishaCS) ପକ୍ଷରୁ ଆରମ୍ଭ ହୋଇଥିବା ୪ ଦିନିଆ ‘ଛାତ୍ର ଅଧିକାର ମାର୍ଚ୍ଚ କ୍ୟାମ୍ପେନ୍’ କୋରାପୁଟ ଜିଲ୍ଲାରେ ଜାରି ରହିଛି। କଲେଜରୁ କଲେଜ ଯାଇ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରାଯାଉଛି।


ଏହି ଅଭିଯାନ ଓଡ଼ିଶା ଛାତ୍ର ସଂଗଠନ (OdishaCS)ର ରାଜ୍ୟ ସଭାପତି ଅଭିଷେକ ଦାଶ ଓ ରାଜ୍ୟ ଉପ-ସଭାପତି ଦିବାକର ପୁଟେଲଙ୍କ ନେତୃତ୍ୱରେ ଆଗକୁ ବଢ଼ୁଛି। ସରୋଜ ମଲ୍ଲିକ ଓ ଆଲୋକ ମହାପାତ୍ର ରାଜ୍ୟ କମିଟି ସହ କୋରାପୁଟ ଗସ୍ତରେ ସାମିଲ ହୋଇଥିଲେ।


କୋରାପୁଟ ଗସ୍ତ ସମୟରେ କୋଟପାଡ଼ କଲେଜ, ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ–କୁନ୍ଦୁରା, ଶହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜ–ବୋଇପାରିଗୁଡ଼ା, ବିକ୍ରମଦେବ ବିଶ୍ୱବିଦ୍ୟାଳୟ–ଜୟପୁର ଏବଂ ସରକାରୀ ମହିଳା ମହାବିଦ୍ୟାଳୟ–ଜୟପୁର ଆଦି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯାଇଛି।


ଏହି ଅଭିଯାନ ଅବସରରେ ବିଭିନ୍ନ କଲେଜରେ ଛାତ୍ର ନେତୃତ୍ୱ ଓ ସାଂଗଠନିକ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ, କୁନ୍ଦୁରାର ମାନସ କୁମାର ସ୍ୱାଇଁଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଛି। ଏହା ସହିତ ଅନ୍ୟାନ୍ୟ କଲେଜରେ ମଧ୍ୟ ଦାୟିତ୍ୱ ବଣ୍ଟନ କରାଯାଇ ଆଗାମୀ ସାଂଗଠନିକ ରଣନୀତି ଆରମ୍ଭ କରାଯାଇଛି।


ଆଗାମୀ ୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ‘ଛାତ୍ର ଅଧିକାର ମାର୍ଚ୍ଚ–ଭୁବନେଶ୍ୱର ଚଲୋ’ ପାଇଁ ଏହି ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରରୁ ଛାତ୍ରମାନଙ୍କୁ ସଂଗଠିତ କରାଯାଉଛି।


ଶିକ୍ଷାର ସମାନ ଅଧିକାର, କଲେଜର ଭିତ୍ତିଭୂମିର ବିକାଶ, ଶିକ୍ଷକ ପଦବୀ ପୂରଣ, ଶିକ୍ଷାଗତ ସମ୍ବଳର ସଠିକ୍ ବ୍ୟବହାର ଏବଂ ଛାତ୍ରମାନଙ୍କ ଭବିଷ୍ୟତ ସୁଯୋଗ ଭଳି ବିଷୟକୁ ନେଇ ଓଡ଼ିଶା ଛାତ୍ର ସଂଗଠନ (OdishaCS) ପକ୍ଷରୁ ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି କୁହାଯାଇଛି।

Previous Post Next Post