🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ


ଟାଙ୍ଗୀ, ଖୋର୍ଦ୍ଧା: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ତା. ୨/୧୦/୨୦୨୬, ଶୁକ୍ରବାର ଦିନ ଦୁର୍ଗାଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ଶ୍ରୀ ଭବାନୀ ଶଙ୍କର ମିଶ୍ରଙ୍କ ପରାମର୍ଶକ୍ରମେ ଯୁବ ରେଡ୍‌କ୍ରସର ପରାମର୍ଶଦାତା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC)ର ପ୍ରଶିକ୍ଷକ ଶ୍ରୀ ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଯୁବ ରେଡ୍‌କ୍ରସ ସ୍ୱେଚ୍ଛାସେବୀ ଓ NCC କ୍ୟାଡେଟ୍‌ମାନଙ୍କ ମିଳିତ ସହଯୋଗରେ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ସ୍ୱଚ୍ଛତା ଅଭିଯାନରେ ପ୍ରାୟ ୮୦ ଜଣ ଯୁବ ରେଡ୍‌କ୍ରସ ସ୍ୱେଚ୍ଛାସେବୀ ଓ NCC କ୍ୟାଡେଟ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଗାନ୍ଧିଜୀଙ୍କ ସ୍ୱଚ୍ଛତା ଓ ସେବାର ଆଦର୍ଶକୁ ଜନମାନସରେ ପହଞ୍ଚାଇବା ସହିତ ପରିବେଶକୁ ପରିଷ୍କାର ଓ ସୁସ୍ଥ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅଭିଯାନର ମୂଳମନ୍ତ୍ର ଥିଲା “ଏକ ଘଣ୍ଟା, ଏକ ସାଥ”।ଛାତ୍ରଛାତ୍ରୀମାନଙ୍କ ଏଭଳି ସଚେତନତାମୂଳକ ଓ ସେବାମୂଳକ ପଦକ୍ଷେପକୁ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ପ୍ରଶଂସା କରିଥିଲେ।

Previous Post Next Post