
ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଆଶାରେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ମେଲଛାମୁଣ୍ଡା ଗ୍ରାମର ମକରମ୍ ମହାନନ୍ଦଙ୍କ ୩୦ ବର୍ଷୀୟ ପୁଅ କମଳ ମହାନନ୍ଦ। ସୂଚନା ଅନୁସାରେ, କମଳ ରୋଜଗାର ଉଦ୍ଦେଶ୍ୟରେ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର କରୁମାଥମ୍ପାଟ୍ଟି ଅଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ। ସେଠାରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି।ବର୍ତ୍ତମାନ କମଳଙ୍କ ମୃତଦେହ ତାମିଲନାଡୁରେ ରହିଛି। ତେବେ ମୃତକଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ନେଇ ପରିବାର ଚିନ୍ତାରେ ପଡ଼ିଛନ୍ତି।ଏଭଳି ସ୍ଥିତିରେ ମୃତଦେହକୁ ତାମିଲନାଡୁରୁ ମେଲଛାମୁଣ୍ଡା ଗାଁକୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାର, ଶ୍ରମ ବିଭାଗ ଓ ବରଗଡ଼ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସହାୟତା ଯୋଗାଇ ଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି।ବିଜେଡି ନେତା ରାଜୁ ଘିବେଲା ମୃତକ ଙ୍କ ପରିବାର କୁ ଭେଟି ଏ ବିଷୟରେ ପଚାରିଛନ୍ତି ।
