
ବରଗଡ଼ ଜିଲ୍ଲା ପଦ୍ମପୁର ସ୍କୁଲରୁ ଘରକୁ ଫେରୁଥିବା ସମୟରେ ବସ୍ ଧକ୍କାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ପଦ୍ମପୁର ସ୍ଥିତ ଲାଲ ବହାଦୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କମଳ ତରିଆ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ....ଆଜି ସ୍କୁଲରୁ ଘରକୁ ଫେରୁଥିବା ବେଳେ ପଦ୍ମପୁର ଥାନା ଛକ ନିକଟରେ ମହାରାଜା ବସ୍ ତାଙ୍କୁ ଧକ୍କା ଦେଇଥିଲା l ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଦୁର୍ଘଟଣା ପରେ ବସ୍ଟି ଘଟଣାସ୍ଥଳରୁ ଫେରାର ମାରୁଥିବା ବେଳେ ପୋଲିସ ଏହାକୁ ଅଟକାଇଥିଲା। ପୋଲିସ ବସ୍ ଓ ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି ।
ଅନ୍ୟ ପଟରେ ମୃତ ଛାତ୍ରଙ୍କ ଶବକୁ ପଦ୍ମପୁର ବଡ଼ ଡାକ୍ତରଖାନାରେ ରଖାଯାଇଛି। ଘଟଣା ସମ୍ପର୍କରେ ପଦ୍ମପୁର ପୋଲିସ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ସୂଚନା ମିଳିଛି ।
