🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଆଜି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା, ଆସନ୍ତା କାଲି ପାଳିତ ହେବ ବଡ ଉଷା, ପୁଆ ଜିଉଁତିଆ


ତା:୦୩.୧୦. ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଆଜି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା, ଆସନ୍ତା କାଲି ପାଳିତ ହେବ ବଡ ଉଷା, ପୁଆ ଜିଉଁତିଆ ବ୍ରତ। ଏହି ବ୍ରତ ବିଶେଷ କରି ମାଁ ମାନେ ନିଜ ପୁଅ ର ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ତାଙ୍କ ପାଇଁ ଜଗତ ଜନନୀ ମାଁ ଦୁର୍ଗାଙ୍କ ଠାରେ ପାରମ୍ପାରିକ ପୂଜା କରିଥାନ୍ତି। ଏହି ପର୍ବ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରେ ପାଳିତ ହୋଇଥାଏ। ଏହି ପର୍ବ କୁ ମୂଳା ଅଷ୍ଟମୀ ମଧ୍ୟ କହିଥାନ୍ତି। ଏହି ପର୍ବ ପାଇଁ ଆବଶ୍ୟକ ସାତ ପ୍ରକାର ଡାଲ ବିଭିନ୍ନ ଫଳ ମୂଳ ଜଙ୍ଗଳ ଜାତ ଦ୍ରବ୍ୟ ପୂଜା ସାମଗ୍ରୀରେ ସାମିଲ ହୋଇଥାଏ। ପ୍ରକୃତି ଉପାସନା ପରମ୍ପରା ବର୍ତ୍ତମାନ ବି ପାଳିତ ହେଉଅଛି। ଏକ ମାଟି ତଳେ ଫଳୁ ଥିବା ମୂଳା କୁ ପୂଜା କରି ଦେବୀଙ୍କ ଥରେ ଅର୍ପଣ କରିଥାନ୍ତି। ସାତ ପ୍ରକାର ଡାଲ ଏବଂ ଅଦା ଗଛ, ସହିତ ବହୁ ସାମଗ୍ରୀ ବଜାର ରେ ବିକ୍ରି ହେଉଅଛି। ଆଜି ଉପବାସ ବ୍ରତ କରି ସନ୍ଧ୍ୟା ରେ ଦେବୀଙ୍କ ଠାରେ ବ୍ରତକଥା ଶୁଣି ଥାଆନ୍ତି ପର ଦିନ ପୁଅ କୁ ବନ୍ଧାଇ ୧୦୮ ଦୁବ ରେ ଝାଡ଼ି ଦୀର୍ଘାୟୁ କାମନା ଭିକ୍ଷା କରିଥାନ୍ତି। ଏହାକୁ ବଡ ଉଷା କହିଥିବା ବେଳେ ଭାଇ ଜିଉଟିଆଁ କୁ ସାନ୍ ଉଷା ବୋଲି କହନ୍ତି। ଦୁଇ ଗୋଟି ପର୍ବ ଗୋଟିଏ ମାସ ଦୁଇ ପକ୍ଷର ଅଷ୍ଟମୀରେ ପାଳିତ ହୋଇଥାଏ।

Previous Post Next Post