
ଆଜି ତା. ୨୯.୦୯.୨୦୨୬ ରିଖରେ I.E., ଟାଙ୍ଗୀଙ୍କ ତତ୍ତ୍ୱାବଧାନରେ ଏବଂ ବାଲୁଗାଁ ରେଳ ଷ୍ଟେସନର RPF ଟିମ୍ର ସହଯୋଗରେ ବାଲୁଗାଁ ରେଳ ଷ୍ଟେସନର ପଛ ଗେଟ୍ ନିକଟସ୍ଥ ଉମା ମହେଶ୍ୱର ରୋଡ୍ରେ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ ବିହାର ରାଜ୍ୟର ଅଭିଯୁକ୍ତ ଅଂଶୁ କୁମାର (୨୪ ବର୍ଷ), ପିତା–ବାଙ୍କେ ରାମ, ଗ୍ରାମ–କର୍ମା, ପୋଷ୍ଟ ଅଫିସ–ପୁନ୍ଥର, ଥାନା–ନରହଟ, ଜିଲ୍ଲା–ନୱାଦା, ରାଜ୍ୟ–ବିହାରଙ୍କଠାରୁ ୧୨ କେଜି ଗଞ୍ଜେଇ ଜବତ କରାଯାଇଥିଲା।ଏ ସମ୍ପର୍କରେ ବାଲୁଗାଁ ଅବକାରୀ ଥାନାରେ P.R. No. 178/2026–27, ତା. ୨୯.୦୯.୨୦୨୬ ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରି ମାନ୍ୟବର ଅଦାଲତରେ ହାଜର କରାଯାଇଛି ।
