🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ବନ୍ୟ ପ୍ରାଣୀ ଉଦ୍ଧାର ସହ ଜନସାଧାରଣଙ୍କ ପାରିପାର୍ଶ୍ୱିକ ବ୍ୟବହାର ମକ ଡ୍ରିଲ କାର୍ଯ୍ୟକ୍ରମ


ନୂଆପଡ଼ା ଖଡ଼ିଆଳ ବ୍ଲକ କୋଟିପଦର୍ ଗାଁ ଠାରେ ଚାରିଗୋଟି ବିଭାଗ ମିଳିତ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ବନଖଣ୍ଡ ବିଭାଗ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଖଡ଼ିଆଳ ପୋଲିସ, ଖଡ଼ିଆଳ ପ୍ରାଣୀ ସମ୍ପଦ ବିଭାଗ ଏବଂ ଖଡ଼ିଆଳ ଅଗ୍ନିଶମ ବିଭାଗ ଯୋଗ ଦେଇ ବନ୍ୟ ପ୍ରାଣୀ ଉଦ୍ଧାର ସମୟରେ ବିଭାଗିୟ ଅଧିକାରୀଙ୍କ ପଦକ୍ଷେପ ସହ ଜନସାଧାରଣଙ୍କ ପାରିପାର୍ଶ୍ୱିକ ବ୍ୟବହାର ଉପରେ ସଚେତନ କରିଥିଲେ। ବିଶେଷ ରୂପେ ହିଂସ୍ର ବନ୍ୟ ପ୍ରାଣୀଙ୍କ ଉଦ୍ଧାର କାର୍ଯ୍ୟ ରେ ସଜାଗ ଏବଂ ସତର୍କତା ଅବଲମ୍ବନ ଆବଶ୍ୟକ ହୋଇଥାଏ। । ଚାରି ଗୋଟି ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ସଚେତନ କରିଥିବା ବେଳେ ଉଭୟ ବନ୍ୟ ପ୍ରାଣୀ ଏବଂ ଜନସାଧାରଣ କୌଣସି କ୍ଷତି ନହେବା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି ।





Previous Post Next Post