ମୁମ୍ବାଇର ଲୋଖଣ୍ଡୱାଲାରେ ନିଜ ପାଇଁ ଏକ ଘର କିଣିବା ଉଦ୍ଦେଶ୍ୟରେ ରାଖୀ ସାୱନ୍ତ ୨୦୦୯ ମସିହାରେ 'ରାଖୀ କା ସ୍ୱୟଂବର' (Rakhi Ka Swayamvar) ରିଆଲିଟି ଶୋ' କରିଥିଲେ। ନିକଟରେ ସେ ଏକ କମେଡି ଶୋ'ରେ ଏହି ସ୍ୱୟଂବରର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆଣିଛନ୍ତି। ରାଖୀଙ୍କ କହିବା ଅନୁଯାୟୀ, ସେ ସେତେବେଳେ କୌଣସି ଜୀବନସାଥୀ କିମ୍ବା ପ୍ରେମ ଖୋଜୁନଥିଲେ। ସେ ଏକ ଭଡ଼ା ଘରେ ରହୁଥିଲେ ଏବଂ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ନିଜର ଏକ ସ୍ଥାୟୀ ଘର ପାଇଁ ତାଙ୍କୁ ପ୍ରଚୁର ଟଙ୍କାର ଆବଶ୍ୟକତା ଥିଲା। ପ୍ରଯୋଜକମାନେ ଯେତେବେଳେ ତାଙ୍କୁ ଏହି ଶୋ' ପାଇଁ ବହୁତ ବଡ଼ ଅଙ୍କର ଟଙ୍କା ଅଫର୍ କଲେ, ସେ ତାହାକୁ ଗ୍ରହଣ କରିଥିଲେ। ସେ ଟଙ୍କା ପାଇଁ ଏତେ ବ୍ୟାକୁଳ ଥିଲେ ଯେ ଶୋ'ର ସ୍କ୍ରିପ୍ଟ କ'ଣ ଥିଲା, ସେଥିପ୍ରତି ମଧ୍ୟ ଧ୍ୟାନ ଦେଇନଥିଲେ। [1] ଏହି ଶୋ'ରେ ଭାଗ ନେଇଥିବା ୧୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ କାନାଡ଼ା-ଭିତ୍ତିକ ବ୍ୟବସାୟୀ ଇଲେଶ ପାରୁଜନୱାଲାଙ୍କୁ ବାଛିଥିଲେ ଏବଂ ତାଙ୍କ ସହ ନିର୍ବନ୍ଧ ମଧ୍ୟ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାହ ହୋଇନଥିଲା। ରାଖୀ ନିଜେ ସ୍ୱୀକାର କରିଛନ୍ତି ଯେ ସେହି ସ୍ୱୟଂବରଟି ଏକ ପ୍ରକାର ନକଲି (Fake) ଥିଲା, ଯାହା କେବଳ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆଣିବା ପାଇଁ କରିଥିଲେ।