ମଦ୍ୟପାନ ଅଭ୍ୟାସ ଛାଡ଼ିଲେ: ଇଭେଣ୍ଟରେ ବିଜୟ ମିଶ୍ରିତ ଭାବନା ପ୍ରକାଶ କରି କହିଥିଲେ ଯେ ପୂର୍ବରୁ ପକେଟରେ ପଇସା ଥାଉ କି ନଥାଉ, ସେ ହୁଇସ୍କି ପିଉଥିଲେ । କିନ୍ତୁ ବର୍ତ୍ତମାନ ସେ ମଦ୍ୟପାନ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଦେଇଛନ୍ତି, ଯଦିଓ ଏହାର ନିର୍ଦ୍ଦିଷ୍ଟ କାରଣ ସେ ପ୍ରକାଶ କରିନାହାନ୍ତି । ରଶ୍ମିକାଙ୍କ ସହ ବିବାହ: ଦୀର୍ଘ ଦିନର ସମ୍ପର୍କ ଓ ପ୍ରେମ ପରେ ଫେବୃଆରୀ 2026ରେ ଉଭୟ ବିଜୟ ଓ ରଶ୍ମିକା ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି । ବିଜୟ ଓ ରଶ୍ମିକାଙ୍କ ସମ୍ପର୍କର ଏହି ଭାବୁକ ଯାତ୍ରା ଏବଂ ବିଜୟଙ୍କର ଏହି ସ୍ପଷ୍ଟୋକ୍ତିକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି । ବିବାହ ପରେ ଏହି ଷ୍ଟାର୍ ଦମ୍ପତିଙ୍କୁ ପୁଣିଥରେ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ । ସେମାନଙ୍କର ଆଗାମୀ ଚଳଚ୍ଚିତ୍ର 'ରାଣାବାଲି' (Ranabaali) ଆସନ୍ତା ୧୬ ଅକ୍ଟୋବର ୨୦୨୬ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।

