🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ତୁଳସୀ ପତ୍ର ଓ ଏହାର ଗୁଣ

 

ତୁଳସୀ ପତ୍ର ଓ ଏହାର ଗୁଣ

ପରିଚୟ : ତୁଳସୀ ଛଅ ପ୍ରକାର ଯଥା : 

୧. କ୍ଷୁଦ୍ର ପତ୍ର ତୁଳସୀ
୨. ଗନ୍ଧ ତୁଳସୀ
୩. ବିଲ ଗନ୍ଧ ତୁଳସୀ
୪. କୁଷ୍ଣ ତୁଳସୀ
୫. ଶ୍ଵେତ ତୁଳସୀ

୬. ଉଦରୀ ତୁଳସୀ
ଏହା ଭିତରୁ ଶ୍ଵେତ ଓ କୃଷ୍ଣ ତୁଳସୀ ଭଲ ଭାବେ ସମସ୍ତେ ଚିହ୍ନିଛନ୍ତି । ଏହି ଛଅ ପ୍ରକାର ତୁଳସୀ ସବୁଠାରୁ ଭିନ୍ନ । ଗଙ୍ଗା ତୁଳସୀ ଓ ଗୟା ତୁଳସୀ ନାମକ ଆଉ ଦୁଇ ପ୍ରକାର ତୁଳସୀ ଅଛି । କିନ୍ତୁ ଏହାର ଗୁଣ ସେତେ ଉକୃଷ୍ଟ ନୁହେଁ ।
ନାମ :  ତୁଲସୀକୁ ବଙ୍ଗଳାରେ ଜନାର ଓ ତୁଲସୀ, ହିନ୍ଦୀରେ ବରଣ୍ଡା, ଜୋନୁବୁ ଓ ତେଲୁଗୁରେ ରଗଗେରଗ ଚେଟ୍ଟୁ,ଇୟୁକସି ଓ ତୁଲସୀ ଚେଟ୍ଟୁ ,ଓ ଇଂରାଜୀରେ ହ୍ଵାଇଟ ବାସିଲ ଡାକ୍ତରୀରେ ହୋଲି ବାସିଲ ଏବଂ ସଂସ୍କୃତରେ ତୁଳସୀ ସୁରସା ବୋଲି କହନ୍ତି । 

ଗୁଣ :  ତୁଲସୀ କଟୁତିକ୍ତ ରସ , ଉଷ୍ଣ ବୀର୍ଯ୍ୟ ,ରୁଚିକାରକ,ଅଗ୍ନୀବର୍ଦ୍ଧକ ଓ ଦାହ ଉତ୍ପାଦକ ଏବଂ ବାତଶ୍ଲେଷା, କୃମି ,ବମନ କୁଷ୍ଠ ,ରକ୍ତସାବ,ଜିର୍ଣ ଜ୍ଵର ,ପାର୍ଶ୍ଵ ପିତ୍ତ,ଭୁତାବେଶ ,ରକ୍ତ ବେସ ,ରକ୍ତ ଦୋଷ ଓ ମୁତ୍ରକୁଚ୍ଛାଦି ରୋଗ ନାଶକ ଅଟେ । 
ଔଷଧୀୟ କାମ : 
୧। କୌଣସି ଲୋକକୁ ବିଛା କାମୁଡିଲେ କିମ୍ବା ଦଂଶନ କରିଥିବା ଯୋଗୁଁ ଅତ୍ୟନ୍ତ ଜ୍ଵାଳା ଯନ୍ତ୍ରଣାଦି ହେଉଥିଲେ ସଙ୍ଗେ ସଙ୍ଗେ ତୁଳସି ରସକୁ ଦଂଶିତ ସ୍ଥାନରେ ମାଲିସ କରିଲେ ହଠାତ ଜ୍ଵାଳା ଯନ୍ତ୍ରଣାଦି ଦୂର ହୁଏ ।
୨। ତୁଳସୀ ପତ୍ର ରସ ସଙ୍ଗରେ ଅଳ୍ପ ମହୁ ମିଶାଇ ଶିଶୁ ମାନଙ୍କୁ ସେବନ କରାଇଲେ ସେମାନଙ୍କ ର ଯାବତିୟ ପ୍ରକାର ଶ୍ଲେଶ୍କା ଓ କାଶ ଭଲ ହୁଏ ।
୩। ପ୍ରତିଦିନ ସକାଳୁ ୪  ୫  ଗୋଟି ତୁଳସୀ ପତ୍ର କୁ ଚୋବାଇ ଖାଇଲେ ଅତ୍ୟନ୍ତ କ୍ଷୁଧା ବୃଦ୍ଧି ହୁଏ । କୌଣସି ଦିନ ଜ୍ଵର ହୁଏ ନାହିଁ ।
୪। ତୁଳସୀ ପତ୍ର ରସ ସଙ୍ଗରେ ଗୋଲମରୀଚ ଗୁଣ୍ଡ ମିଶାଇ ସାତ ଦିନ ପର୍ଯ୍ୟନ୍ତ ସେବନ କଲେ ଯେତେ ଦିନର ଜିର୍ଣ ଜ୍ଵର ହୋଇଥିଲେ ମଧ୍ୟ ନିଆଁ ରେ ଜଳ ପଡିଲା ପରି ପ୍ରାୟେ ଶୀଘ୍ର ସେ ସବୁ ଜ୍ଵର ଭଲ ହୁଏ ।
୫।  ତୁଳସୀ ରସ ସଙ୍ଗରେ ଅଦାରସ ମିଶାଇ ସେବନ କରାଇଲେ ବସନ୍ତ ରୋଗର କେତେକ ପୀଡା ହୁଏ ନାହିଁ ।


୬। ତୁଳସୀ ଗଛର ମଞ୍ଜିକୁ ଆଣି ଚାରି ପ୍ରହର କାଳ ଜଳରେ ଭିଜାଇ ବାଟି ତାହା ସଙ୍ଗେ ମିଶ୍ରି ଗୁଣ୍ଡ ପରୀକ୍ଷ ଦେଇ ୭ ଦିନ ପର୍ଯ୍ୟନ୍ତ ସେବନ କଲେ ସବୁ ପ୍ରକାର ମେହ ରୋଗ ଭଲ ହୁଏ । 
Previous Post Next Post