🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ପାଟଣା ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ


ପାଟଣା,(୨୧ ସେପ୍ଟେମ୍ବର) ପାଟଣା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ପି.ଏମ୍. ଶ୍ରୀ କେନ୍ଦେଇପଶି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜିଠାରୁ ତିନି ଦିନିଆ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପୂର୍ଣ୍ଣ ଚନ୍ଦ୍ର ଅମାତ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ ପୂର୍ବକ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ସଚ୍ଚିଦାନନ୍ଦ ସେଠୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭିନ୍ନ ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ପ୍ରଥମ ଦିବସରେ ୧୦୦ ମିଟର, ୮୦୦ ମିଟର, ୧୫୦୦ ମିଟର ଓ ୩୦୦୦ ମିଟର ଦୌଡ଼ ସମେତ ସଟ୍‌ପୁଟ୍‌, ଜାଭେଲିନ୍ ଓ ଡିସ୍କସ୍ ଥ୍ରୋ ଆଦି ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆସନ୍ତାକାଲି (୨୨ ତାରିଖ) ଫୁଟବଲ, ଖୋ-ଖୋ, ବ୍ୟାଡମିଣ୍ଟନ ଓ ଚେସ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୩ ତାରିଖରେ କ୍ରିକେଟ, କବାଡି, ଭଲିବଲ୍ ଏବଂ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି  ।

Previous Post Next Post