🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ନିତ୍ୟବ୍ୟବହାରୀ ଦ୍ରବ୍ୟରେ ଘରୋଇ ଉପଚାର

 

କଗେଜି ଲେମ୍ବୁ
ଲେମ୍ବୁରସ ଓ ତୁଳସୀରସ ସମପରିମାଣରେ ମିଶାଇ ବ୍ରଣରେ ଲଗାଇଲେ ବ୍ରଣ ଭଲ ହୁଏ । କିମ୍ବା ଲେମ୍ବୁରସ ରେ ମହୁ ମିଶାଇ ଦିନକୁ ପାଞ୍ଚଥର ମାରିଲେ ମୁଖବ୍ରଣ ଦୂର ହୁଏ , ଅଁଳା ରସରେ ଲେମ୍ବୁରସ ମିଶାଇ ମୁଖରେ ମାରିଲେ କୁଞ୍ଚିତ ରେଖା ଦୂର ହୁଏ ।
ଲେମ୍ବୁ
ପ୍ରତିଦିନ ସକାଳେ ୧ କପ୍ ପାଣିରେ ଗୋଟିଏ ଲେମ୍ବୁର ରସ ଓ ୧ ଚାମଚ ମହୁ ମିଶାଇ ପିଇଲେ ଚର୍ବି କମି ଦେହର ଓଜନ କମିଥାଏ । କହୁଣୀ ଓ ବେକ କଳା ପଡୁଥିଲେ ଲେମ୍ବୁକୁ କାଟି ୧୦ ମିନିଟ ପ୍ରତେକ୍ୟ ଦିନ ଦଗରେ ଘଷିଲେ କ୍ରମଶଃ ଲିଭି ଯିବ ।
ରସୁଣ
ଛୋଟ ଜିଭ ବା ଘଣ୍ଟିକା ବଢିଗଲେ ପ୍ରତେକ୍ୟ ଦିନ ୨ ଗୋଟି ରସୁଣକୁ ଚୋବାଇ ଖାଇଲେ ଏବଂ ରସୁଣ ରସକୁ ଘଣ୍ଟିକାରେ ଲଗାଇଲେ କାଶ ବନ୍ଦ ହୋଇ ଖାଦ୍ୟ ଖାଇବାରେ ସୁବିଧା ହୋଇଥାଏ । ସ୍ତ୍ରୀ ବନ୍ଧ୍ୟା ଦୋଷ ଦୂର ପାଇଁ ସ୍ଵାମୀ ଓ ସ୍ତ୍ରୀ ଉଭୟ ପୁରୁଣା କଞ୍ଚା ରସୁଣକୁ ଚୋବାଇ ଖାଇଲେ ସ୍ତ୍ରୀର ଗର୍ଭାଶୟ ଶୁଦ୍ଧ ଓ ପରିଷ୍କାର ହୋଇ ଗର୍ଭ ସଞ୍ଚାର ପାଇଁ ସହାୟକ ହେବ । ପୁରୁଷର ମୂତ୍ରାଶୟ ଶକ୍ତିଶାଳୀ ହେବ ।
ଜ୍ଵରର ତାପମାତ୍ରା କମୁନଥିଲେ ଗୋଟିଏ ରସୁଣର ଚୋପା ଛଡାଇ ନେଇ ଏହାକୁ ଛେଚି ନାଭି ମୁଣ୍ଡରେ ପ୍ରଲେପ ଦେଲେ ଜ୍ଵର ର ତାପମାତ୍ରା କମିଯିବ ।
ପିଆଜ
ବିଦ୍ୟାର୍ଥୀଙ୍କ ପାଇଁ ଧଳା ପିଆଜ ରସ ୧୦ ଗ୍ରାମ୍  ମହୁ ୫ ଗ୍ରାମ୍ ଅଦା ରସ ୫ ଗ୍ରାମ୍ ଓ ଗୁଆଘିଅ ୧୦ ଗ୍ରାମ୍ ମିଶ୍ରଣ କରି ୩ ମାସ ଶେବନ କଲେ ଆର୍ଶ୍ଚର୍ଯ ଭାବେ ସ୍ମରଣ ଶକ୍ତି ବଢେ । ଗୋଟିଏ ଓଲିପିଆଜ ରସ ସହିତ ଏକ ଚାମଚ ମହୁ ମିଶାଇ ୩ମାସ ଖାଇଲେ ରକ୍ତହୀନତା ଦୂର ହୁଏ । ବାନ୍ତି ହେଉଥିଲେ ପିଆଜ ରସ ସହିତ ମହୁ ମିଶାଇ ଦିନକୁ ୩ ଥର ଚାଟିକରି ଖାଇଲେ ବାନ୍ତି ବନ୍ଦ ହେବ । ପ୍ରତ୍ୟହ ସକାଳେ ଗୋଟିଏ ଓଲିପିଆଜ ୧୦ ଗ୍ରାମ୍ ଜୀରା ୫୦ ଗ୍ରାମ୍ ମିଶ୍ରି ଏକତ୍ର ବାଟି ସର୍ବତ କରି ୧ ମାସ ସେବନ କରିଲେ ରକ୍ତ ପରିଷ୍କାର ହୋଇଯିବ ଓ ଚର୍ମରୋଗ ଭଲ ହୋଇଯିବ ।
ଅଳେଇଚ
ଅଳେଇଚକୁ ଘୋରି ଅଞ୍ଜନ ପ୍ରସ୍ତୁତ କରି ଆଖିରେ କଜଳ ପିନ୍ଧିବା ପରି ବ୍ୟବହାର କରିଲେ ଚକ୍ଷୁ ରୋଗ ହେଲେ ଭଲ ହୁଏ ।
ମିଶ୍ରି ଗୁଣ୍ଡକୁ ଅଳେଇଚ ସହିତ ମିଶ୍ରଣ କରି ଖାଇଲେ କ୍ଷୁଧା ବୃଦ୍ଧି ହେବ । ଜୀର୍ଣ୍ଣ ବୃଦ୍ଧି ହେବ । ବାତ ନିବାରକ ଓ କଫ ନାଶକ ଅଟେ ।
ତୁଳସୀପତ୍ର ରସ
ତୁଳସୀପତ୍ର ରସ ୨୦ ଗ୍ରାମ୍ ,ପନରସ ୧୦ ଗ୍ରାମ୍ ବେଲ ରସ  ୨୫ ଗ୍ରାମ୍ ,କର୍ପୁର ୨୦୦ ମିଲିଗ୍ରାମ୍ ଓ ମହୁ ୧୫ ଗ୍ରାମ୍ ମିଶାଇ ସେବନ କଲେ ସନ୍ନିପାତ ବା ଥଣ୍ଡା କମେ ।
Previous Post Next Post