🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

୪୧ତମ ଗଜଲକ୍ଷ୍ମୀ ପୂଜା ମହାସମାରୋହ ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ


ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ବେଲପଡ଼ା ବ୍ଲକର ନୁନହାଡ଼ ଗ୍ରାମରେ ୪୧ତମ ଗଜଲକ୍ଷ୍ମୀ ପୂଜା ମହାସମାରୋହ ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।

ଏହି ଅବସରରେ ମା' ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା, ଆରତି ଓ ବିଭିନ୍ନ ଧାର୍ମିକ ବିଧିବିଧାନ ଅନୁଷ୍ଠିତ ହୋଇଥିଲା। ମା'ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା। ଗ୍ରାମରେ ଉତ୍ସବମୁଖର ପରିବେଶ ସହ ଆଧ୍ୟାତ୍ମିକ ଭାବଧାରା ସୃଷ୍ଟି ହୋଇଥିଲା।

ପୂଜା କମିଟିର ସଭାପତି ଭାବେ ଅନିଲ କୁମାର ସାହୁ ଦାୟିତ୍ୱ ତୁଲାଇଥିବା ବେଳେ ମୁଖ୍ୟ ପୂଜକ ଭାବେ ଶ୍ୟାମ ସୁନ୍ଦର ପଣ୍ଡା ଓ ସହକାରୀ ପୂଜକ ଭାବେ ସଞ୍ଜୀବ କୁମାର ଶତପଥୀ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ସେହିପରି ପୂଜାର କର୍ତ୍ତା ଭାବେ ଡମ୍ବରୁଧର ମେହେର ଓ ତାଙ୍କ ଧର୍ମପତ୍ନୀ ପୁଷ୍ପା ମେହେର ଦାୟିତ୍ୱ ନିର୍ବାହ କରିଥିଲେ।

ଦୀର୍ଘ ୪୧ ବର୍ଷ ଧରି ଚାଲିଆସୁଥିବା ଏହି ପାରମ୍ପରିକ ପୂଜା ଗ୍ରାମର ଧାର୍ମିକ ଆସ୍ଥା, ସଂସ୍କୃତି, ଏକତା ଓ ଭାଇଚାରାର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି। ମା' ଗଜଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଉଠୁ ବୋଲି ଶ୍ରଦ୍ଧାଳୁମାନେ କାମନା କରିଥିଲେ।

Previous Post Next Post