
ପୁରୀ ବଳିଆପଣ୍ଡାରେ ବୁଲିଲା ଖଣ୍ଡା। ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ। ଆକ୍ରମଣର ଶିକାର ଯୁବକ ବୁଢ଼ୀ ମା ସାହିର ମାନସ ସେନାପତି। ଗୁରୁତର ଅବସ୍ଥାରେ ମାନସକୁ ପୁରୀ ହସ୍ପିଟାଲରେ କରାଯାଇଛି ଭର୍ତ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଛି ଆକ୍ରମଣ। ବଳିଆପଣ୍ଡା ଥାନା ପୋଲିସର ତଦନ୍ତ ଜାରି।
