🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ମଦ ବିରୋଧରେ ବିଜେଡିର ଚେତାବନୀ


କଳାହାଣ୍ଡି : ଧର୍ମଗଡ଼ ସହରରେ ମଦ ବିକ୍ରିକୁ ନେଇ ତେଜିଲା ବିରୋଧ। ଧର୍ମଗଡ଼ ବସଷ୍ଟାଣ୍ଡ ନିକଟରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ସହ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଥିବା ମଦ ଦୋକାନ ହଟାଇବା ଏବଂ ବେଆଇନ ମଦ କୋଠି ବନ୍ଦ କରିବା ଦାବିରେ ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଧର୍ମଗଡ଼ ବିଜୁ ଜନତା ଦଳ ସଭାପତି ଡାକେ ଲହଜଲଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏବଂ ଅବକାରୀ ଅଧିକ୍ଷକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।ବସଷ୍ଟାଣ୍ଡ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳ ଏବଂ ବିଦ୍ୟାଳୟ ଯିବା ରାସ୍ତା ନିକଟରେ ମଦ ଦୋକାନ ରହିବା ଦ୍ୱାରା ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ମହିଳାମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ କୋଠି ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସେଗୁଡ଼ିକୁ ବନ୍ଦ କରିବାକୁ ଦାବି ହୋଇଛି ।ଦାବି ପୂରଣ ନହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି । 

Previous Post Next Post