
ବରଗଡ: ୧୫.୧୦.୨୬ - ଭାରତୀୟ ନିର୍ବାଚନ କମିଶନଙ୍କ (ECI) ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଭୋଟର ତାଲିକାରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ିବେ ସେଥିପାଇଁ ଏକ ବ୍ୟାପକ ସଚେତନତା ଓ ସହାୟତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାର ଭୋଟରମାନଙ୍କ ଅଭିଯୋଗ ଏବଂ ସମସ୍ୟାର ସରଳ ସମାଧାନ ପାଇଁ ୨୭ ଜଣ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ (AEROs), ୫ ଜଣ ଭୋଟର ପଞ୍ଜୀକରଣ ଅଧିକାରୀ (EROs) ଏବଂ ୧୬୭୦ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLOs) ସମ୍ପୂର୍ଣ୍ଣ ଭାବେ ନିୟୋଜିତ ହୋଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଭୋଟର ତାଲିକାକୁ ନେଇ କିଛି ଆପତ୍ତି ବା ଅଭିଯୋଗ ଥାଏ, ତେବେ ସେମାନେ ନିଜ ଅଞ୍ଚଳର ନିୟୋଜିତ BLO, AERO କିମ୍ବା ERO ଙ୍କ ସହ ଯୋଗାଯୋଗ କରି ନିଜର ସମସ୍ୟାର ସମାଧାନ କରିପାରିବେ।
ଏକ ସ୍ୱଚ୍ଛ ଓ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟ୍ ଦେବାର ଅଧିକାର ସୁନିଶ୍ଚିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଅଟେ।ଗତ ୧ ଅକ୍ଟୋବର ୨୦୨୬ ରୁ ଜିଲ୍ଲାର ସମସ୍ତ ବୁଥରେ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଯୋଡ଼ିବା ସହ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ଏବଂ ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ନିମନ୍ତେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ନୂତନ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ଫର୍ମ-୬ରେ ମୋଟ ୪,୦୧୪ଟି ଆବେଦନ ପତ୍ର ଗ୍ରହଣ କରାଯାଇଛି।
ବିଧାନସଭା ନିର୍ବାଚନମଣ୍ଡଳୀ ଅନୁଯାୟୀ ଫର୍ମ-୬ ଆବେଦନ ପତ୍ରର ବିବରଣୀ: ପଦ୍ମପୁର ନିର୍ବାଚନମଣ୍ଡଳୀରୁ: ୬୦୮ଟି, ବିଜେପୁର ନିର୍ବାଚନମଣ୍ଡଳୀରୁ: ୮୨ଟି, ବରଗଡ଼ ନିର୍ବାଚନମଣ୍ଡଳୀରୁ: ୧,୧୫୬ଟି, ଅତାବିରା ନିର୍ବାଚନମଣ୍ଡଳୀରୁ: ୬୫୮ଟି, ଭଟଲି ନିର୍ବାଚନମଣ୍ଡଳୀରୁ: ୭୩୦ଟି ।ଏହି ଆବେଦନଗୁଡ଼ିକୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଯାଞ୍ଚ ଓ ପ୍ରକ୍ରିୟାକରଣ କରାଯିବ। ସେହିପରି ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ପାଇଁ ଫର୍ମ-୮ ରେ ମୋଟ ୧,୩୧୭ଟି ଆବେଦନ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ପଦ୍ମପୁରରୁ ୩୨୪ଟି, ବିଜେପୁରରୁ ୨୭୯ଟି, ବରଗଡ଼ରୁ ୨୧୯ଟି, ଅତାବିରା ସଂସ୍କରଣରୁ ୨୮୫ଟି ଏବଂ ଭଟଲିରୁ ୨୧୦ଟି ଆବେଦନ ମିଳିଛି। ତା' ସହିତ ଭୋଟର ତାଲିକାରୁ ନାମ ବାଦ୍ ଦେବା ପାଇଁ ଫର୍ମ-୭ ରେ ସମୁଦାୟ ୧୪୯ଟି ଆବେଦନ ପତ୍ର (ପଦ୍ମପୁର: ୪୪, ବିଜେପୁର: ୧୧, ବରଗଡ଼: ୩୦, ଅତାବିରା: ୨୧, ଭଟଲି: ୪୩) ସଂଗ୍ରହ କରାଯାଇଛି। ଜିଲ୍ଲାରେ ମୋଟ ୫,୪୮୦ଟି ଆବେଦନ ଗ୍ରହଣ କରାଯାଇ ଭୋଟର ସଂଶୋଧନ ପ୍ରକ୍ରିୟା ଜାରି ରହିଛି ।
