
ଖୋର୍ଦ୍ଧା ଆଦର୍ଶ ଥାନା ପକ୍ଷରୁ ବ୍ରାଉନସୁଗାର ବିରୋଧରେ ଚଢ଼ାଉ କରାଯାଇଛି। ଗୁରୁଜଙ୍ଗ ନୂଆ ଜାତୀୟ ରାଜପଥ ନିକଟରୁ ବ୍ରାଉନସୁଗାର ସହ ୩ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ସ୍କୁଟି ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ୩ ଯୁବକଙ୍କୁ ପୋଲିସ ଆଇନଗତ ପ୍ରକ୍ରିୟା ଶେଷ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
