🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ମୂଷାଖୋରୀରେ ୨୮ ତମ ବାର୍ଷିକ ଭାଗବତ ଟୁଙ୍ଗୀ ମହୋତ୍ସବ ଆରମ୍ଭ


ପାଟଣା:(ଦଶରଥ ବାରିକ୍) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମସ୍ଥିତ ପରିସରରେ ଆରମ୍ଭ ହୋଇଛି ବାର୍ଷିକ ଭାଗବତ ଟୁଙ୍ଗୀ କାର୍ଯ୍ୟକ୍ରମ। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ ଯେ, ଗ୍ରାମରେ ଦୀର୍ଘ ୨୮ ବର୍ଷ ଧରି ଏହି ପରମ୍ପରା ବଜାୟ ରହିଛି। ଚଳିତ ବର୍ଷ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ପ୍ରତିଦିନ ନିଷ୍ଠାର ସହ ଭାଗବତ ଓ ବିଭିନ୍ନ ପୁରାଣ ପାଠ କରାଯାଉଛି। ଏଥିସହ ଆଧ୍ୟାତ୍ମିକ ଚର୍ଚ୍ଚାରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଛି। କାର୍ଯ୍ୟକ୍ରମରେ ପୂଜକ ଭାବେ ପଦ୍ମନାଭ ପାତ୍ର ପୂଜାର୍ଚ୍ଚନା ସମ୍ପାଦନ କରୁଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶ୍ଵାଳ ପାତ୍ର ଯୋଗଦେଇଛନ୍ତି। ସେହିପରି ମୁଖ୍ୟ କର୍ତ୍ତା ଭାବେ ଦକ୍ଷୟ ଝାଡ଼େଶ୍ଵର ପାତ୍ର, ସୁଦାମ ଚରଣ ପାତ୍ର ଓ ରତ୍ନାକର ସେଠୀ ଦାୟିତ୍ୱ ତୁଲାଉଛନ୍ତି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବେ ପରିଚାଳିତ ହେଉଛି

Previous Post Next Post