କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। କୁଅଁ ରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଆଜି ସକାଳେ ଭଜନ୍ତି କଟା ନାମକ ଜଣେ ମହିଳା ଘର ନିକଟସ୍ଥ କୁଅଁ ରୁ ପାଣି କାଢ଼ୁଥିଲେ। ଏହି ସମୟରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ କୁଆଁ ଭିତରକୁ ପଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରି ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରି କୁଆଁ ନିକଟରେ ପହଞ୍ଚିଥିଲେ। ସେଠାରେ ମହିଳାଙ୍କୁ ଦେଖିବାକୁ ନମିଳିବାରୁ ସେ କୁଅଁ ରେ ପଡ଼ିଥିବା ସନ୍ଦେହ କରି ଧର୍ମଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ଧର୍ମଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୁଅଁ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ଧର୍ମଗଡ଼ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ମେଡିକାଲକୁ ପଠାଇଥିବା ଜଣାପଡ଼ିଛି।ମୃତ ମହିଳାଙ୍କର ଏକ ୪ ବର୍ଷର ପୁଅ ଥିବା ଜଣାପଡ଼ିଛି। ପରିବାରଟି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ମୃତ ମହିଳାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।