🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ପୋଖରୀରେ ବୁଡ଼ି ଯୁବକଙ୍କ ଅକାଳ ମୃତ୍ୟୁ: ଅସନବାହାଳିରେ ଶୋକାକୁଳ ପରିବେଶ, ସରକାରୀ ସହାୟତା ଦାବି

Photo Dasaratha Barik

ପାଟଣା:(ଦଶରଥ ବାରିକ୍) ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତର ଅସନବାହାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଅସନବାହାଳି ଗ୍ରାମର ଅର୍ଜୁନ ଚରଣ ମହାନ୍ତଙ୍କ ପୁଅ ବିଦ୍ୟାଧର ମହାନ୍ତ (୩୩) । ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଧର ଆଜି ମଧ୍ୟାହ୍ନ ସମୟରେ ଗାଁ ନିକଟସ୍ଥ ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ କୌଣସି କାରଣବଶତଃ ସେ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ପରବର୍ତ୍ତୀ ସମୟରେ ଜଣେ ବାଟୋଇ ତାଙ୍କୁ ପାଣିରେ ଭାସୁଥିବା ଅବସ୍ଥାରେ ଦେଖି ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ପାଣିରୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ନିମନ୍ତେ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ମୃତ ବିଦ୍ୟାଧର ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ଏବଂ ତାଙ୍କ ଅକାଳ ବିୟୋଗରେ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବାରୁ, ପ୍ରଶାସନ ତରଫରୁ ତାଙ୍କ ପରିବାରକୁ ଉଚିତ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦୃଢ଼ ଦାବି କରିଛନ୍ତି ।

Previous Post Next Post