🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ପାଟଣାରେ ପ୍ରବଳ ବର୍ଷା: ଜଳାର୍ଣ୍ଣବ ବିଭିନ୍ନ ଅଞ୍ଚଳ, ରାସ୍ତାରେ ଆଣ୍ଠୁଏ ପାଣି; ଜନଜୀବନ ଅସ୍ତବ୍ୟସ୍ତ

By UTP

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ଅପରାହ୍ନରେ ହୋଇଥିବା ମୂଷଳଧାରା ବର୍ଷାରେ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।

ମୁଖ୍ୟ ରାସ୍ତା ସମେତ ଗଳିକନ୍ଦିରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ସର୍ବତ୍ର କାଦୁଅ ପଚପଚ ପରିବେଶ ସୃଷ୍ଟି ହୋଇଛି। ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାରେ ପାଣି ଜମି ରହିବା କାରଣରୁ ଯାନବାହନ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

ଯାତାୟାତ ସମୟରେ ପଥଚାରୀ, ବିଦ୍ୟାଳୟ-କଲେଜ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି

Previous Post Next Post