🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଅବ୍ୟବହୃତ ଶୌଚାଳୟକୁ ନେଇ ଉଠିଲା ପ୍ରଶ୍ନ


କେନ୍ଦୁଝର (୨୩/୦୯) ଧର୍ମଗଡ ବ୍ଲକ ଅନ୍ତର୍ଗତ ବକ୍ରାସିଲା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବାଳ ବାଟିକାକୁ ମିଶାଇ ବିଦ୍ୟାଳୟରେ ମୋଟ ୯ଟି ଶ୍ରେଣୀ ରହିଥିବା ବେଳେ ଆବଶ୍ୟକ ଅନୁପାତରେ ଶ୍ରେଣୀଗୃହ ନଥିବାରୁ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି।

ବିଦ୍ୟାଳୟରେ ଆଉ ୪ଟି ଶ୍ରେଣୀଗୃହ ଆବଶ୍ୟକ ଥିବା କୁହାଯାଉଛି। ଶ୍ରେଣୀଗୃହ ଅଭାବ ଯୋଗୁଁ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ପାଠ ପଢ଼ାଇବାକୁ ପଡ଼ୁଥିବାରୁ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଶିକ୍ଷାଦାନରେ ସମସ୍ୟା ହେଉଥିବା ଅଭିଯୋଗ ରହିଛି।

ଅନ୍ୟପକ୍ଷରେ ବିଦ୍ୟାଳୟରେ ଶୌଚାଳୟ ଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ଅବସ୍ଥାରେ ନଥିବା କିମ୍ବା ନିୟମିତ ବ୍ୟବହାର ହେଉନଥିବା ଅଭିଯୋଗ ମଧ୍ୟ ଆସିଛି। ଫଳରେ ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

ବିଦ୍ୟାଳୟର ଶିକ୍ଷା ପରିବେଶ ସୁଧାରିବା ପାଇଁ ଆବଶ୍ୟକ ୪ଟି ଶ୍ରେଣୀଗୃହ ନିର୍ମାଣ ସହ ଶୌଚାଳୟକୁ ଶୀଘ୍ର ବ୍ୟବହାର ଉପଯୋଗୀ କରାଯିବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏନେଇ ସମ୍ପୃକ୍ତ ଶିକ୍ଷା ବିଭାଗ ଓ ପ୍ରଶାସନ ପକ୍ଷରୁ ତଥ୍ୟ ନେଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।

Previous Post Next Post