🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ସମାଜ ସେବୀ ରଞ୍ଜୀତ ଜେନା ଙ୍କ ପରଲୋକ


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ  ଅନ୍ତର୍ଗତ କର୍ଲାପଡା ଗ୍ରାମର ସମାଜ ସେବୀ ରଞ୍ଜୀତ ଜେନା (ପୁପୁ)ଶୁକ୍ରବାର ଦିନ ୫୦ ବର୍ଷ ବୟସ ରେ ଦେହତ୍ୟାଗ କରିଛନ୍ତି। ଜଣେ ରୋଗୀ କୁ ଚିକତ୍ସା ପାଇଁ ପ୍ରଶାନ୍ତି ନେଇ ଯାଉଥିବା ବେଳେ ବିଶାଖାପାଟଣା ଷ୍ଟେସନ ପ୍ଲାଟଫର୍ମ ରେ ଓଲ୍ଲାଇବା ବେଳେ ଦୁର୍ଭାଗ୍ୟ ବଶତଃ ଗୋଡ ଖସିଯିବାରୁ ତାଙ୍କର ଅକାଳ ବିୟୋଗ ଘଟିଲା। ଯିଏ ସାରା ଜୀବନ ଲୋକଙ୍କ ସେବା କରି ଆସିଥିଲେ ସେ ଶେଷ ଯାତ୍ରା ରେ ମଧ୍ୟ୍ୟ ରୋଗୀଙ୍କ ସେବାରେ ବାହାରି ଥିଲେ,ଲୋକଙ୍କ ସେବା କରୁ କରୁ ହିଁ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କଲେ। ସେ ଅଞ୍ଚଳର ବିଭିନ୍ନ ସମସ୍ୟା ସମୟରେ ସକ୍ରିୟ ଭୂମିକା ନେଉ ଥିଲେ। ତାଙ୍କର ସରଳ ବ୍ୟବହାର ଓ ସାମାଜିକ କାର୍ଯ୍ୟକଳାପ ପାଇଁ ସେ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁରୀ ସ୍ୱର୍ଗ ଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଝିଆରୀ ସାଇ ଜେନା ମୁଖାଗ୍ନି ଦେଇଥିଲେ। ଏହି ସମୟରେ ପରିବାରବର୍ଗ, ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ।

Previous Post Next Post