🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ନର୍ସିଂ କଲେଜ ଖଡ଼ିଆଳ ପକ୍ଷ ରୁ ଆଜି ବିଶ୍ୱ ହୃଦୟ ଦିବସ


ତା:୨୯.୦୯. ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ନର୍ସିଂ କଲେଜ ଖଡ଼ିଆଳ ପକ୍ଷ ରୁ ଆଜି ବିଶ୍ୱ ହୃଦୟ ଦିବସ ଉପଲକ୍ଷେ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ, 3ହି ଶୋଭାଯାତ୍ରା କଲେଜ ପରିସର ରୁ ବାହାରି ଖଡ଼ିଆଳ ନଗର ପରିକ୍ରମା କରିଅଛି। ବିଶେଷ ରୂପେ ମନୁଷ୍ୟ ଙ୍କୁ ହୃଦୟ ସମସ୍ୟା ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଶିଶୁ ମାନଙ୍କ ମଧ୍ୟ ହୃଦୟ ସମସ୍ୟା ବ୍ୟାପକ ଦେଖାଯାଉଅଛି। ତେଣୁ ହୃଦୟ ସୁରକ୍ଷା ନାଗରିକଙ୍କ ଜୀବନ ରକ୍ଷା ହେବ ବୋଲି ସ୍ଲୋଗାନ ଦେଇଥିଲେ। ଧୂମ୍ରପାନ ନିଷେଧ, ହୃଦୟ ରହିବ ସୁସ୍ଥ, ସମାଜରେ ପ୍ରେତ୍ୟେକ୍ ପରିବାର କୁ ହୃଦୟ ସମସ୍ୟା ଦେଖାଯାଉଥିବା ବେଳେ ଏହାର ସଚେତନ ଏବଂ ସତର୍କତା ରହିଲେ ନିଜ ଜୀବନ ନିଜ ହାତରେ ବୋଲି ଛାତ୍ର ଛାତ୍ରୀମାନେ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ କଲେଜ ଅଧ୍ୟାପକ ଏବଂ ଅଧ୍ୟକ୍ଷ ଶୋଭାଯାତ୍ରା ରେ ସାମିଲ ହୋଇ ସଚେତନ ହେବାକୁ ଆହ୍ୱାନ କରିଥିଲେ ।

Previous Post Next Post