🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ବକେୟା ବିଲ୍ ପାଇଁ ପାଟଣା ବ୍ଲକରେ ବିଦ୍ୟୁତ୍ କାଟ: ୩୫ରୁ ଊର୍ଦ୍ଧ୍ୱ ସ୍କୁଲ୍ ଓ ପଞ୍ଚାୟତରେ ଅନ୍ଧାର, ଗରମ-ଗୁଳୁଗୁଳିରେ ହନ୍ତସନ୍ତ ଛାତ୍ରଛାତ୍ରୀ


କେନ୍ଦୁଝର : (
ତା. ୧୯/୦୯) ବକେୟା ବିଦ୍ୟୁତ୍ ବିଲ୍ ପୈଠ ନହେବା କାରଣରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବଡ଼ ଧରଣର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଅଭିଯାନ ଚଳାଯାଇଛି। ବିଗତ ୬ ମାସରୁ ଅଧିକ ସମୟ ଧରି ବିଲ୍ ବାକି ପଡ଼ିଥିବା ଦର୍ଶାଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ବ୍ଲକର ୩୫ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ସମେତ ଏକାଧିକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି। 


​ବ୍ୟାହତ ହେଉଛି ଶିକ୍ଷାଦାନ, ହନ୍ତସନ୍ତ ଛାତ୍ରଛାତ୍ରୀ

​ସ୍କୁଲଗୁଡ଼ିକରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ଫଳରେ ଶିକ୍ଷାଦାନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶ୍ରେଣୀଗୃହରେ ପଙ୍ଖା ଚାଲୁନଥିବାରୁ ଏହି ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରେ କୋମଳମତି ଛାତ୍ରଛାତ୍ରୀମାନେ ଅସହ୍ୟ କଷ୍ଟ ଭୋଗୁଛନ୍ତି। ପାଠପଢ଼ା ପରିବେଶ ନଷ୍ଟ ହେଉଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

​ପଞ୍ଚାୟତରେ ଅନଲାଇନ୍ ସେବା ଠପ୍

​ଅନ୍ୟପଟେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ବିଦ୍ୟୁତ୍ ନଥିବାରୁ କମ୍ପ୍ୟୁଟର, ଇଣ୍ଟରନେଟ୍ ତଥା ଅନ୍ୟାନ୍ୟ ଜରୁରୀ ଅନଲାଇନ୍ ସରକାରୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଫଳରେ ବିଭିନ୍ନ ପ୍ରମାଣପତ୍ର, ହିତାଧିକାରୀ ଯୋଜନା ଓ ସରକାରୀ କାର୍ଯ୍ୟ ପାଇଁ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି

Previous Post Next Post